ନୂଆ ଦିଲ୍ଲୀ: ପାଖେଇଲା ଭାରତର ତୃତୀୟ ମୁନ ମିଶନର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଆଜି ଇସ୍ରୋର ଚନ୍ଦ୍ରଯାତ୍ରା। ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୁରୁବାର ଘୋଷଣା କରିଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିସ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଉତକ୍ଷେପଣ ହେବ। ପୂର୍ବରୁ ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଥିଲା ଯେ ଜୁଲାଇ ୧୪ ଅପରାହ୍ନ ୨ଟା ୩୫ରେ ଏହାକୁ ଉତକ୍ଷେପଣ କରାଯିବ। ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପୂର୍ବରୁ ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯିବ।