ଭୁବନେଶ୍ୱର: ରାଜ୍ୟରେ କଲବଲ କଲାଣି ତାତି । ସକାଳୁ ଖରାର ପ୍ରକୋପ ଏତେ ଯେ ଦିନ ୮ଟାରୁ ବାହାରିବା ମୁସକିଲ ହୋଇପଡୁଛି । ଯେପରି ଆକରଶରୁ ନିଆଁ ବର୍ଷା ହେଉଛି । ତଥାପି ରାଜ୍ୟରେ ଆଜିଠାରୁ ଅ ବଢିବ ତାପମାତ୍ରା । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଢ଼ିଛି ତାତି ।ଆଜି ଦିନ ୧୧ଟା ୩୦ ସୁଧା ରାଜଧାନୀର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୩୯ଡିଗ୍ରୀ, ଝାରସୁଗୁଡା ୩୭.୬ ଡିଗ୍ରୀ, ଚାନ୍ଦବାଲି ୩୭.୪ ଡିଗ୍ରୀ, ବାଲେଶ୍ୱର ୩୬.୮ ଡିଗ୍ରୀ, ହୀରାକୁଦ ୩୬.୨ ଡିଗ୍ରୀ, କେନ୍ଦୁଝର ୩୫.୪ ଡିଗ୍ରୀ, ଗୋପାଳପୁର ୩୪ ଡିଗ୍ରୀ , ପୁରୀ ୩୩.୮ ଡିଗ୍ରୀ ଓ ପାରାଦ୍ୱୀପ ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ମାର୍କ ଜାରି କରିଛି ଆଞ୍ଚଳିକ ପାଣିବାଗ କେନ୍ଦ୍ର । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ମାର୍କ ଜାରି କରାଯାଇଥବବା ବେଳେ ଭୁବନେଶ୍ବର ସମେତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ସ୍ବାଭାବିକ ଠାରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସହ ଏପ୍ରିଲ ୧୫ ତାରିଖରୁ ମେ ମାସ ଶେଷ ପର୍ୟ୍ୟନ୍ତ ଅହେତୁକ ଭାବେ ତାପମାତ୍ରା ବୃଦ୍ଧି ହେବା ନେଇ ଅଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତକାଲି ୪୦.୪ ଡିଗ୍ରୀ ସହିତ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବା ଯଣାପଡିଛି ।