ଜ୍ୱାଳାମୁଖୀ ଫାଟି ଭୟାନକ ବିସ୍ଫୋରଣ ହେବ । ଧ୍ୱଂସ ପାଇବ ଇଟାଲୀର ଏହି ପ୍ରମୁଖ ସ୍ଥାନ। ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ ଇଟାଲୀରେ ଥିବା ସୁପରବାଲକୋନୋ କେମ୍ପୀ ଫ୍ଲେଗରେଇ ଜ୍ୱାଳାମୁଖୀ କୌଣସି ସମୟରେ ଫାଟିଯାଇପାରେ । ଏହି ଜ୍ୱାଳାମୁଖୀ ଫାଟିବା ଦ୍ୱାରା ଆଖାପାଖରେ ରହୁଥିବା ପାଖାପାଖି ୧୫ ଲକ୍ଷ ଲୋକ ପ୍ରଭାବିତ ହେବେ। ଯଦି ଏମିତି ହୁଏ ତେବେ ଧ୍ୱଂସ ବିଧ୍ୱସ୍ତ ହୋଇପାରେ ପୂରା ସ୍ଥାନ।
ଭୟାନକ ବିସ୍ଫୋରଣ ପରେ ଅନେକ ଜୀବ ଜନ୍ତୁ ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି । ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରେ ପୃଥିବୀ ବିଜ୍ଞାନର ପ୍ରଫେସର କ୍ରିଷ୍ଟ୍ରୋଫର କିଲବର୍ଣ୍ଣଙ୍କ କହିବା ଅନୁସାରେ କେମ୍ପୀ ଫ୍ଲେଗ୍ରେଇ ଫାଟିବାର ନିକଟରେ ଅଛି। ଆଉ ଏମିତି ହେଲେ ବାୟୁମଣ୍ଡଳକୁ ଏକ ବଡ଼ ଭୟଙ୍କର ପ୍ରଭାବ ପଡ଼ିବ। ଜ୍ୱାଳାମୁଖୀ ଫାଟିବା ପରେ ଏଥିରୁ ବାହାରିବାକୁ ଥିବା ଖତରନାକ ଫ୍ଲୋରିନ କେମିକାଲ ବାୟୁମଣ୍ଡଳରେ ମିଶିବା ପରେ ଗଛ ଲତା ଧ୍ୱଂସ ହୋଇଯାଇପାରେ। ଏମିତିକି ପଶୁଙ୍କୁ ଫ୍ଳୋରୋସିସ ରୋଗ ହୋଇପାରେ।
ଏହି ଜ୍ୱାଳାମୁଖି ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏକ ଭୟାନକ ଦୁର୍ଘଟଣା ଘଟାଇଥିଲା। ୧୯୫୦, ୧୯୭୦ ଓ ୧୯୮୦ ଦଶକରେ ଏହାର ଗତିବିଧି ଅଧିକ ହୋଇଯାଇଥିଲା। ଗତ ୧୦ ବର୍ଷରେ ଏହି ଜ୍ୱାଳାମୁଖି ଅଶାନ୍ତ ରହିବାକୁ ଲାଗିଛି। ସ୍ଥିତି ଏଭଳି ରହିଛି ଯେ ଜ୍ୱାଳାମୁଖି ପାଖରେ ଥିବା ସହର ପାଜ୍ଜୁଓଲୀ ର ଭୂମି ପ୍ରତିବର୍ଷ ୪ ଇଞ୍ଚ ଉପରକୁ ଉଠୁଛି। ଏହି ଜ୍ୱାଳାମୁଖି ର ସବୁଠୁ ବଡ଼ କଥା ହେଉଛି ଏହାର ଆଖପାଖ ଜମି ତଳେ ଲାଭାର ସୁଡ଼ଙ୍ଗ ରହିଛି। ଏହି ସୁଡ଼ଙ୍ଗ କିଛି ବର୍ଷ ହେବ ଫାଟିନାହିଁ। ଏହାକୁ ଧ୍ୟାନରେ ରଖି ଅନେକ ଲୋକ ଏହି ଜମି ଉପରେ ଘରେ ମଧ୍ୟ ତିଆରି କରିଛନ୍ତି। ଏହି ସୁଡ଼ଙ୍ଗ ଉପରେ ୧୫ ଲକ୍ଷ ରୁ ଅଧିକ ଲୋକ ରହୁଛନ୍ତି। ୫ ଲକ୍ଷ ଲୋକଙ୍କ ଘର କାଲଡୋରା ମଧ୍ୟରେ ରହିଛି।