ମୋଟରସାଇକେଲ ଦୁର୍ଘଟଣାରେ ଛାତ୍ରୀ ମୃତ ଦୁଇ ଆହତ

0

ରଜନୀକାନ୍ତ ପାତ୍ର/ ହିଂଜିଳି: ଗଂଜାମ ଜିଲ୍ଲା ବୁଗୁଡା ଥାନା ଜେକ ଗ୍ରାମ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅ।।ହତ ହୋଇଛନ୍ତି । ମୃତ ଛାତ୍ରୀ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଫିଜା ମଲ୍ଲିକ । ସମସ୍ତ ଛାତ୍ରୀ ବୁଗୁଡା କୋମଣ୍ଡ ଆଇଟିଆଇର ଛାତ୍ରୀ ବୋଲି ଜଣାପଡିଛି । ଏହି ଦୁର୍ଘଟଣା ଭାରସାମ୍ୟ ହରାଇ ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।