ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଝାରମୁଣ୍ଡା ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ରାସ୍ତା ପାର୍ ହେଉଥିବା ବେଳେ ଉଭୟଙ୍କୁ ଏକ କାର୍ ଧକ୍କା ଦେଇଥିଲା ।କାର ଟି ରାଉର କେଲାରୁ ସୁନ୍ଦରଗଡ ଆସୁଥିଲା ।କାର୍ ଟି ବହୁତ ଜୋରରେ ଆସୁଥିବା ଫଳରେ ଧକ୍କା ହୋଇ ଯାଇଥିଲା ଓ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି ।ଦୁର୍ଘଟଣା ଘଟେଇ କାର୍ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର ।ପୋଲିସ୍ ପିଛା କରିବା ପରେ କାର୍ ଚାଳକକୁ ଧରିଥିବା ସୂଚନା ମିଳିଛି । କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ ରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତାରୋକ କରିଥିବା ଓ ଚାପା ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି ।ପୋଲିସ୍ ଘଟଣା ସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।