ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା କଡରେ ଥିବା ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିଛି ରାଜସ୍ଵ ବିଭାଗ । ଦୀର୍ଘ ୨୦/୨୫ ବର୍ଷରୁ ଉକ୍ତ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ସରକାରୀ ଜମି ଜବରଦଖଲ କରି ରହି ଆସୁଥିଲେ । ନୂତନ ଭାବେ ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପରେ ଉଭୟ ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ଯାଗା ଛାଡି ଦେବା ପାଇଁ ପୂର୍ବରୁ ବାରମ୍ବାର ସୂଚନା ଦିଆ ଯାଇଥିଲା ଜ୍ଝ ହେଲେ ଅମାନିଆଁ ଜବରଦଖଲକାରୀ ମାନେ ରାଜସ୍ବ ବିଭାଗର ତାଗିଦ କୁ ଅବମାନନା କରି ଆସୁଥିଲେ । ଫଳରେ ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉଛି । ଘଟଣା ସ୍ଥଳ ରେ ପ୍ରବଳ ଉତ୍ତେଜନା ସୃଷ୍ଟି ଯୋଗୁଁ ଜିଲ୍ଲା ପୋଲିସ ପକ୍ଷରୁ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପୌର ପରିଷଦର କର୍ମଚାରୀ, ସଦର ସୋନପୁର ତହସିଲଦାର ନବୀନ କିଶୋର ପାଢୀ ଓ କାର୍ୟ୍ୟାଳୟର ଅନ୍ୟ କର୍ମଋରୀଙ୍କ ସମେତ ସ୍ଥାନୀୟ ରାଜସ୍ଵ ନୀରିକ୍ଷକ । କାର୍ୟ୍ୟାଳୟର କର୍ମଚରୀଙ୍କ ଉପସ୍ଥିତିରେ ଏହି ଉଛେଦ ଅଭିଯାନ ଗଳିଥିଲା । ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ସୂତାକଳ ଟି ବନ୍ଦ ହେବା ପରେ ଦୀର୍ଘ ବର୍ଷରୁ ଘର ଓ ଦୋକାନବାଡି କରି ରହି ଆସୁଥିବା ବେସାହାରା ପରିବାର (ଜବରଦଖଲକାରୀ )ମାନେ ଏବେ ସହରର ଅନ୍ୟ ଯାଗାରେ ତାଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଦୃଢ଼ ଦାବି କରିଛନ୍ତି । ରାଜସ୍ୱ ବିଭାଗର ଏହି ଜବରଦଖଲ ଉଛେଦ ଅଭିଯାନର ପ୍ରତିବାଦ କରିବା ସହିତ ଜବରଦଖଲକାରୀମାନେ ପ୍ରଥମେ ତାଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି । ରାଜସ୍ବ ଅଧିକାରୀଙ୍କ ସହିତ ଜବରଦଖଲକାରୀ ମହିଳା ମାନେ ମଧ୍ୟ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି । ତେବେ ରାଜସ୍ବ ବିଭାଗ ପକ୍ଷରୁ ଯୋଗ୍ୟ ଜବରଦଖଲକାରୀଙ୍କୁ ଚିହ୍ନଟ କରି ଯାଗା ମିଶନ ଯୋଜନାରେ ଘରଡିହ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ ଘର ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଥିବା ଜଣା ପଡିଛି । ନୂତନ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରଟି ତିଆରି ହୋଇଥିବା ବେଳେ ଏହା କାର୍ୟ୍ୟକ୍ଷମ ହେଲେ ଗମନାଗମନ ସୁବିଧା ଦୃଷ୍ଟିରୁ ଏହି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିବା ପୌର ଓ ରାଜସ୍ବ ବିଭାଗ ସୂଚନା ଦେଇଛି ।