(ମମତା ସାମଲ)ରିପୋର୍ଟସଟୁଡେ: ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ ‘ଜବରିୟା ଜୋଡି’ର ଟ୍ରେଲର ରିଲିଜ ହୋଇଛି । ଏହା ଏକ କମେଡି ଡ୍ରାମା ଫିଲ୍ମ । ଫିଲ୍ମରେ ବିହାରର ବିବାହ ଶୈଲୀର ନିଛକ ଦୃଶ୍ୟ ଦେଖାଯାଇଛି । ଜବରିୟା ଯୋଡିର ଟ୍ରେଲର ତିନି ମିନିଟ ରହିଛି । ଏଥିରେ ସିଦ୍ଧାର୍ଥ ଅଭୟ ସିଂହଙ୍କ ଭୂମିକାରେ ଏବଂ ପରିଣିତ ବବଲି ଯାଦବଙ୍କ ଭୂମିକାରେ ଅଛନ୍ତି । ଫିଲ୍ମ ଆରମ୍ଭରୁ ସିଦ୍ଧାର୍ଥ ଏକ ଡାଇଲଗ କହୁଥିବା ଶୁଣିବାକୁ ମିଳିଛି । ସେ କହିଛନ୍ତି କି, ବିହାରରେ ତିନି ପ୍ରକାରର ଯୋଡି ଗଠନ ହୁଏ । ସାହାସ ଥିବା ବ୍ୟକ୍ତିଙ୍କ ଆରେଞ୍ଜ୍ ମ୍ୟାରେଜ୍, ଭାଗ୍ୟଥିବା ବ୍ୟକ୍ତିଙ୍କ ପ୍ରେମ ବିବାହ, ଯୌତୁକ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କର ଜବରଦସ୍ତ ବିବାହ ।
ଟ୍ରେଲରର ଅନ୍ତରେ ସିଦ୍ଧାର୍ଥ ଗାଏବ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ ପରିଣିତି ଅପହରଣ କରି ନେଇଛନ୍ତି । ଏଥିରେ ହସକୌତୁକ ସିନ୍ ଥିବା ଟ୍ରେଲର ଦେଖି ପରିଲଖିତ ହେଉଛି । ଏହା ଏକ ମଲ୍ଟି ଷ୍ଟାରର ମୁଭି । ପରିଣିତି ଓ ସିଦ୍ଧାର୍ଥଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଜାବେଦ ଜାଫରୀ, ସଞ୍ଜୟ ମିଶ୍ରା, ନୀରଜ ସୂଦ ସାମିଲ ଅଛନ୍ତି । ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତରେ ନିର୍ମିତ ଫିଲ୍ମ ଜୁଲାଇ ୧୨ରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଦୁହେଁ ହସି ତୋ ଫସିରେ ନଜର ଆସିଥିଲେ । ଫିଲ୍ମକୁ ଦର୍ଶକମାନେ ଭଲ ପ୍ରତିକ୍ରିୟା ରଖିଛନ୍ତି ।