ଭୁବନେଶ୍ୱର: ଦିବା ପହୁଡ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ଆପାତଃ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦିବା ପହୁଡ ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନର ମିଳିଛି । ପହିଲି ଭୋଗ ଚାଲିଥିବା ବେଳେ ଦୈନିକ ଦିବା ପହୁଡ ଅନ୍ୟତମ ବିଶେଷ ନୀତିଭାବେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ଚାଲିଥିବାରୁ ଦୈନିକ ଦିବା ପହୁଡ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ୱରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବା ପହୁଡ କରାଯିବାକୁ ଚଳିତ ମାସ ୧୦ ରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ହୋଇଥିଲା ।