ବୁରୋ: ଭୁବନେଶ୍ୱରରେ ମୁକ୍ତା ଓ ଜାଗା ମିଶନ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ସୋଆ କ୍ୟାମ୍ପସ ଅଡିଟୋରିୟାମରେ ଅନୁଷ୍ଠିତ ହୋଇଯାଇଛି । ଆଜି ମୁକ୍ତା ଯୋଜନାରେ ଏସଏଚଜି ମହିଳାଙ୍କୁ ୬ଶହ ୬୫ କାମ ପାଇଁ ୭୧ କୋଟି ଟଙ୍କାର ୱାର୍କ ଅର୍ଡର ଦିଆଯାଇଛି । ଏହା ସହ ଜାଗା ମିଶନ ପାଇଁ ୪୮ କୋଟିର ୱାର୍କ ଅର୍ଡର ଦିଆଯାଇଛି । ବିଏମସି ଅଧୀନରେ ୧ହଜାର ୧୬୩ ଗ୍ରୁପକୁ ୧୧୯ କୋଟି ଟଙ୍କାର ୱାର୍କ ଅର୍ଡର ଦିଆଯାଇଛି । ରାସ୍ତା, ଡ୍ରେନ, ଲାଇଟ, ଓପନ ଜିମ, ପାର୍କ, ଖେଳ ପଡିଆ, ଇଲେକ୍ଟ୍ରିସିଟି ଓ ଶୌଚାଳୟ କାମ ହେବ । ଏସଏଚଜ ମହିଳାମାନେ ଏହି କାମ କରିବେ । ସୋମବାର ଠାରୁ ଏହି କାମ ଆରମ୍ଭ ହେବ ଏବଂ ୩ ମାସ ମଧ୍ୟରେ ଏହି କାମ ଶେଷ ହେବାକୁ ନିର୍ଦେଶ ଦିଆଯାଇଛି । ଏହି କାମ ପାଇଁ କଣ୍ଟ୍ରାକ୍ଟରକୁ ବାଦ ଦିଆଯାଇଛି ।