ଅମରାବତୀ: ଶନିବାର ବିଶ୍ୱ ମତ୍ସ୍ୟଚାଷ ଦିବସ ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ରାଜ୍ୟରେ ୪ଟି ମତ୍ସ୍ୟ ବନ୍ଦର ଓ ୨୫ଟି ଆକ୍ୱାହବର ଶିଳାନ୍ୟାସ କରିଛନ୍ତି । ନେଲୋର, ଗୁଣ୍ଟୁର, କ୍ରିଷ୍ଣା ଓ ପୂର୍ବ ଗୋଦାବରୀ ଜିଲ୍ଲାରେ ଏହି ୪ଟି ମତ୍ସ୍ୟ ବନ୍ଦର ହେବ । ଆନ୍ଧ୍ର ସରକାର ପକ୍ଷରୁ ୩୦୦ କୋଟି ବ୍ୟୟ ଅଟକଳରେ ରାଜ୍ୟରେ ୮ଟି ମତ୍ସ୍ୟ ବନ୍ଦର ଓ ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର ଖୋଲିବାକୁ ଯୋଜନା କରିଛନ୍ତି । ରାଜ୍ୟର ସାମୁଦ୍ରିକ ସମ୍ପଦାକୁ ସମୃଦ୍ଧ କରିବାକୁ ଯୋଜନା ରହିଛି ।
ପ୍ରଥମ ପର୍ଯ୍ୟାୟନରେ ଜୁଭାଲାଡିନ, ନିଜାମପାଟନମ, ମାଚିଲିପାଟନମ ଓ ଉପଡାରେ ୧୫୧୦ କୋଟି ଟଙ୍କା ବିନିମୟରେ ୪ଟି ମତ୍ସ୍ୟ ବନ୍ଦର ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିନେଇ ଟେଣ୍ଡର ପ୍ରକ୍ରିୟାକୁ ଆସନ୍ତା ଡିସେମ୍ବର ୨ୟ ସପ୍ତାହ ସୁଦ୍ଧା ଶେଷ ହେବ ବୋଲି ଅଧିକାରିକ ସୂତ୍ରରୁ ସୂଚନା ରହିଛି ।
ଦେଶରେ ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ଉପକୂଳ ରାଜ୍ୟ । ରାଜ୍ୟର ୯୭୪ କିଲୋମିଟର ଉପକୂଳରେ ରହିଛି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬.୩ ଲକ୍ଷ ମତ୍ସ୍ୟଚାଷୀଙ୍କୁ ଲାଭ ପହଞ୍ଚିବ । ଏହା ମାଧ୍ୟମରେ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮୫ହଜାର ଲୋକ ନିଯୁକ୍ତି ପାଇବେ ଓ ରାଜ୍ୟ ଅତିରିକ୍ତ ୨.୩୭ ଲକ୍ଷ ଟନ ମାଛ ଓ ଚିଙ୍ଗୁଡି ଧରିବ, ଯାହାର ମୂଲ୍ୟ ୫ଶହ କୋଟି ଟଙ୍କା ହେବ । ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ଆଧାରରେ ଏହି ସବୁଜ ଶକ୍ତି ବନ୍ଦରକୁ ବିକାଶ କରିବାକୁ ଯାଉଛନ୍ତି., ଯେପରି ଶୀତଳଭଣ୍ଡାର, ମତ୍ସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଡଙ୍ଗା ଆଶ୍ରାୟସ୍ଥଳୀ, ମରାମତି କେନ୍ଦ୍ର ।