ବନକଲାଗି ପାଇଁ ଅଭାବ ପଡିଲା ଶୃଙ୍ଗାର, ୨ଘଣ୍ଟା ନୀତି ବିଳମ୍ବ

0

(ଅନୁସ୍ୱୟା/ପୁରୀ):ଗତକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା ।କିନ୍ତୁ ମହାପ୍ରଭୁଙ୍କ ବନକଲାଗି ପାଇଁ ଶୃଙ୍ଗାର ଦ୍ରବ୍ୟ ଅଭାବ ପଡ଼ିଲା। ଏହାକୁ ନେଇ ଦେଉଳ ଭିତରେ ବେଶ କିଛି ସମୟ ପାଟିତୁଣ୍ଡ ହେଲା। ୨ ଘଣ୍ଟା ବିଳମ୍ବରେ ହେଲା ଠାକୁରଙ୍କ ବନକଲାଗି। ବୁଧବାର ମହାପ୍ରଭୁଙ୍କର ବନକଲାଗି ହେବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରିଦିଆଯାଇ ଗୁରୁବାର କରାଯିବାକୁ ଧାର୍ୟ୍ୟ ହେଲା। ଗତକାଲି ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ମଧ୍ୟାହ୍ନ ଧୂପ ନୀତି ବଢ଼ିଥିଲା। ପରେ ବନକଲାଗି ନୀତି ପାଇଁ ପ୍ରସ୍ତୁତି ହୋଇଥିଲା।
ହେଲେ ଠିକ ସମୟ ବେଳକୁ ମିଳିନଥିଲା ଶୃଙ୍ଗାର ପାଇଁ ଆବଶ୍ୟକ ସାମଗ୍ରୀ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଆବଶ୍ୟକ ଦ୍ରବ୍ୟ ଆସିବା ପରେ ଅପରାହ୍ନ ୪ଟା ୫୫ରେ ଠାକୁରଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା। ରାତି ୭ଟା ୨୫ରେ ନୀତି ସରିବା ପରେ ମହାସ୍ନାନ ହୋଇଥିଲା।