ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍କ । ଲାଗି ରହିଛି ବିବାଦ । ଏହାରି ଭିତରେ ସାମ୍ନାକୁ ଗୁରୁତପୂର୍ଣ୍ଣ ଦୃଶ୍ୟ । ଦିଘା ମନ୍ଦିରରୁ ହଟିଛି ଜଗନ୍ନାଥ ଧାମ ଲେଖା । ଏହି ପ୍ରସଙ୍ଗକୁ ନେଇ ବିରୋଧ ବଢିବା ପରେ ମୁଣ୍ଡ ନୁଆଁଇଛି ମମତା ବାନାର୍ଜୀ । ସେପଟେ ‘ଏକ୍ସ’ରେ ବିଜେପି ମିଡିଆ ସେଲ୍ ଅଧକ୍ଷ୍ୟ ଅମିତ ମାଲବ୍ୟ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ । ଫେଲ୍ ମାରିଛି ମମତାଙ୍କ ବିଭାଜନ ରଣନୀତି । ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । ଏଠାରେ ଦାରୁବ୍ରହ୍ମ ପୂଜା ପାଉଛନ୍ତି । ତେଣୁ ଦୀଘାରେ ଏଭଳି ମନ୍ଦିର କରି, ମମତା ବାନାର୍ଜୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଥିଲେ । ବିବାଦ ତେଜିବା ପରେ ଏବେ ପଛକୁ ହଟିଛନ୍ତି ମମତା । ଆଉ ଦୀଘାରୁ ଜଗନ୍ନାଥ ଧାମ ଲେଖାକୁ ହଟାଇଦେଇଛନ୍ତି ।