ରାଜ୍ୟର ସବୁ ଜିଲ୍ଲାରୁ ପୁରୀ ପର୍ଯ୍ୟନ୍ତ ଗଡିବ ଜଗନ୍ନାଥ ଏକ୍ସପ୍ରେସ

0

ଭୁବନେଶ୍ୱର: ଜଗା ଦର୍ଶନ ହେବ ଆହୁରି ସହଜ । ଏଥର ସବୁ ଜିଲ୍ଲାରୁ ପୁରୀକୁ ଗଡିବ ବସ । ଲକ୍ଷ୍ମୀ ତୃତୀୟ ଟିୟରରେ ଗଡିବ ଜଗନ୍ନାଥଏକ୍ସପ୍ରେସ । ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସୁବିଧାରେ ଫେରିପାରିବେ । ପ୍ରଥମ ପର୍ୟ୍ୟାୟରେ ୧୫ ଜିଲ୍ଲାରେ ଏହି ସେବା ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଆସନ୍ତା ୧୮ ତାରିଖରୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସବୁ ବସ ଭୁବନେଶ୍ବର ଦେଇ ଯିବ । ଏହାଦ୍ବାରା ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ର ଆସି ଜଗନ୍ନାଥ ଦର୍ଶନର ସୁଯୋଗ ମିଳିବ । ଲକ୍ଷ୍ମୀ ଯୋଜନାର ପ୍ରଥମ ଟିୟରରେ ଗାଁରୁ ବ୍ଲକକୁ ବସ ଗଡୁଛି । ଦ୍ବିତୀୟ ଟିୟର ବ୍ଲକରୁ ହେଡକ୍ଵାର୍ଟର ଓ ତୃତୀୟ ଟିୟର ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ହେଡକ୍ଵାର୍ଟରରୁ ପୁରୀକୁ ଗଡିବାର କାର୍ଯ୍ୟକ୍ରମ ।ରହିଛି ।