ପୁରୀ: ଶ୍ରୀମନ୍ଦିର ପରିଦର୍ଶନରେ ଆସିଛନ୍ତି ଏଏସଆଇ ଡିଜି ପ୍ରଫେସର କିଶୋର ବାସା । ଶ୍ରୀମନ୍ଦିର ଜଗମୋହନ ନାଟମଣ୍ଡପ ଓ ଗର୍ଭଗୃହର ଅନୁଧ୍ୟାନ କରିବେ । ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏଏସଆଇ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ସଂରକ୍ଷଣରେ କୌଣସି ଅସୁବିଧା ହେବ ନାହିଁ କହିଛନ୍ତି ଏଏସଆଇ ଡିଜି । ଏହାସହିତ ଗର୍ଭ ଗୃହ ଭିତରେ ମୂଷା ତା’ର ଜାଲିରେ ବନ୍ଦ କରାଯାଇଛି । ସେପଟେ ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ତିନି ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ କାଠରେ ନୂଆ ଦ୍ୱାର ଲଗାଯାଇଛି । ଯାହା ଅବିକଳ ପୂର୍ବର ସିଂହଦ୍ୱାର ଭଳି ନିର୍ମାଣ କରିଛନ୍ତି ।