ସୋସିଆଲ ମିଡିଆରେ ଘୂରିବୁଲୁଛି ମହାପ୍ରଭୁଙ୍କ ଗୁପ୍ତସେବା ଭିଡିଓ

0

(ମମତା ସାମଲ)ରିପୋର୍ଟସଟୁଡେ: ସୋସିଆଲ ମିଡିଆରେ ଭାଇରାଲ ହେଲା ମହାପ୍ରଭୁଙ୍କ ଗୁପ୍ତସେବା । ଶ୍ରୀମନ୍ଦିରରେ ହୋଇଥିବା ସମସ୍ତ ସେବାପୂଜା ଓ ରୀତିନୀତି ରାଜ୍ୟ ବାହାରେ ମନ୍ଦିରରେ କରାଯାଉଥିବା ଫଟୋ ଭାଇରାଲ ହୋଇଛି । ଶ୍ରୀମନ୍ଦିରର କେତେକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ସେବାୟତ ଅନ୍ୟତ୍ର ଯାଇ ଠାକୁରଙ୍କ ପୂଜାବିଧି ସମ୍ପନ୍ନ କରୁଛନ୍ତି । ଫଳରେ ମହାପ୍ରଭୁଙ୍କ ଅନେକ ଗୁପ୍ତ ବିଧି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।