ରାୟଗଡା :ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦାନ କରିଥିଲେ । ଅନୁଷ୍ଠିତ କାଯ୍ୟକ୍ରମ ରେ ତିନି ମାସ ପୂର୍ବେ ଡ୍ରାଇଭର ମହାସଂଘ ଯେଉଁ ଆନ୍ଦୋଳନ କରିଥିଲେ ରାଜ୍ୟ ସରକାର ତିନି ମାସ ସମୟ ସୀମା ଭିତରେ ସେହି ପ୍ରତିଶୃତି ଠିକ ସମୟରେ ପୂରଣ କରିଥିବାରୁ ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜ୍ଞାପନା କରିଛନ୍ତି ।
ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ସାରକ। ଉଦବୋଧନ ରେ ଆଗାମୀ ଦିନରେ ସାଧାରଣ ଲୋକଙ୍କ ସମସ୍ୟା ଯଥା ,ଶୌଚାଳୟ ,ବିଶ୍ରାମଗାର ଓ ଅନ୍ୟାନ ସମସ୍ୟା କୁ ରାଜ୍ୟ ସରକାର ଙ୍କ ନିକଟରେ ପହଞ୍ଚାଇ ଖୁପ୍ ଶୀଘ୍ର ପୂରଣ କରାଯିବ କହିଥିଲେ । ଏହି ଅବସରରେ ବିଷମ କଟକ ବ୍ଲକ ଡ୍ରାଇଭର ମହାସଂଘ ର ଗୃହ ପାଇଁ ବିଧାୟକ ପାଣ୍ଠିରୁ ପାଞ୍ଚ ଲକ୍ଷ ଅନୁଦାନ ଘୋଷଣା କରିଥିଲେ । ଆୟୋଜିତ କାର୍ୟ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ,ମଞ୍ଚ।ଷିନ ଅତିଥି ଭାବେ ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ,ସମାଜ ସେବି ତଥା ଆଇନଜୀବୀ ଦିଲୀପ ପଟ୍ଟନାୟକ,ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ,ବସ ମାଲିକ ସଂଘର ସଭାପତି ଶଶି ଭୂଷଣ ପଟ୍ଟନାୟକ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।କାର୍ୟ୍ୟକ୍ରମରେ ବିଷମ କଟକ ଅଞ୍ଚଳର ପ୍ରାୟ ପାଞ୍ଚଶହ ରୁ ଅଧିକ ଡ୍ରାଇଭର ଉପସ୍ଥିତ ରହିଥିଲେ ।