(ହେମନ୍ତ କୁମାର ରାଉତ) ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜୀବନ ସଜା କାଟୁଥିବା କେଶରପୁର ଟୋନି (ଶୁଭ୍ରାଂସୁ ଦାସ)ଙ୍କ ଗତ ୯ ତାରିଖରେ ଜେଲ ହାଜତରେ କୌଣସି କାରଣୁ ମୃତ୍ୟୁ ହୋଇଥିଲା । ଜେଲ କତୃପକ୍ଷ୍ୟ ଏହାକୁ ହୃଦ୍ଘାତରେ ମୃତ୍ୟୁ କହୁଥିବା ବେଳେ ଟୋନିଙ୍କ ପରିବାର ଜେଲ ଭିତରେ ଶଷଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । କାରଣ ଟୋନି ଜେଲ ଭିତରେ ଚାଲିଥିବା ମାଦକ ଦ୍ରବ୍ୟ. ନିଶା କାରବାର, ଅନୈତିକ କାର୍ଯ୍ୟର ଭିଡିଓ ବାହାରକୁ ପଠାଇ ଥିଲେ । ଜେଲି ଭିତରେ ଟୋନିଙ୍କୁ ନିର୍ଯାତନା ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେଣୁ ଟୋନିକୁ ଜେଲରେ ହତ୍ୟା କରାଯାଇଥିବା ତାଙ୍କ ପାରିବାର ଲୋକେ ଅଭିଯୋଗ କରିଛନ୍ତି ।
ଏକ ଖବରକାଗଜରେ ଟୋନିଙ୍କ ବ୍ୟବଚ୍ଛେଦ ଉପରେ ଖବର ପାଇ ତାଙ୍କ ପରିବାର ଲୋକେ ଚୌଦ୍ୱାର ଥାନାକୁ ସବିଶେଷ ତଥ୍ୟ ପାଇଁ ଯାଇଥିଲେ ମଧ୍ୟ ଥାନାରେ ସେମାନଙ୍କୁ କୁହାଯାଇଥିଲା, ସେମାନଙ୍କ ନିକଟକୁ କୌଣସି ତଥ୍ୟ ଆସିନାହିଁ । ଏହି ମାମଲାକୁ ନେଇ ଟୋନିଙ୍କ ମା ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ପର୍ଯ୍ୟନ୍ତ ଯିବେ ବୋଲି କହିଛନ୍ତି ।