ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ସଫଳ ଓ ସୁପରିଚାଳନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ।
ଜାନୁଆରୀ ୮ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମୀଳନୀ ଶୁଭାରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସି ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହା କେବଳ ଏକ ସମ୍ମିଳନୀ ନୁହେଁ, ଏହା ପାରିବାରିକ ପୁନର୍ମିଳନ ଭଳି ।
ଓଡିଶାର କଳା ଓ ସଂସ୍କୃତିକୁ ପ୍ରଶଂସା କରିଥିଲେ ଜୟଶଙ୍କର । ଏହାସହିତ ବାଲିଯାତ୍ରାର ବି ଉଦାହରଣ ଦେଇ କହିଥିଲେ ଓଡିଶାର କଳା ଓ ସଂସ୍କୃତି ଅନନ୍ୟ । ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତ ।