(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ନାହାନ୍ତି । ସେ ମାତ୍ର ୬୭ ବର୍ଷ ବୟସରେ ଶନିବାର ମଧ୍ୟାହ୍ନ ରେ ପରଲୋକ ପ୍ରାପ୍ତ ହୋଇଛି । ତାଙ୍କ ବିୟୋଗ ଖବର ପାଇ ବିଜେପିର ବହୁ ବରିଷ୍ଠ ନେତାଙ୍କ ଏମ୍ସ ଅଭିମୁଖେ ବାହାରିଛନ୍ତି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ସୂଚନା ଯୋଗ୍ୟ, ଗତ ବର୍ଷ ମେ ମାସରେ ଜେଟଲୀଙ୍କ ରେନାଲ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ଓ ଚଳିତ ବର୍ଷ ଜାନୁଆରୀ ମାସରେ ସେ ନ୍ୟୁୟର୍କ ଯାଇ ଚିକିତ୍ସିତ ହୋଇ ଆସିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଜେଟଲୀ ଚଳିତ ସରକାରରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ମୋଦିଙ୍କୁ ଜଣାଇ ଦେଇଥିଲେ । ଗତ ୯ ତାରିଖରେ ତାଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୧୯୫୨ ଡିସେମ୍ବର ୨୮ରେ ସେ ଜନ୍ମ ଗ୍ରହଣ କରିଥିଲେ ।