ପୁରୀ : ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଏହି ପବିତ୍ର ଦିନ ନିମନ୍ତେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଚକ୍ରରାଜ ସୁଦର୍ଶନ ଆଜି ନଗର ପରିକ୍ରମା କରିବାର ବିଦ୍ଧି ରହିଛି । ପ୍ରଥା ସମ୍ପର୍ଣ୍ଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଆଜି ଅପରାହ୍ନରେ ପ୍ରଭୁ ସୁଦର୍ଶନଙ୍କ ଚାଲନ୍ତି ପ୍ରତିମା ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ନଗର ପରିକ୍ରମା ନିମନ୍ତେ ବିମାନରେ ବାହାରିବେ। ସେ ପନ୍ତି ଭୋଗ ଖାଇବା ପରେ ପୁରୀ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ଶିବ ମନ୍ଦିରକୁ ବିଜେ କରିବେ ।
ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ। ଏବଂ ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ପ୍ରଭୁ ସୁଦର୍ଶନଙ୍କ ସମ୍ମୁଖରେ ପଢ଼ି ନୀତି ସମ୍ପର୍ଣ୍ଣ କରିବେ। ଜମ୍ବେଶ୍ୱର ମହାଦେବଙ୍କ ନିକଟରୁ ବାର୍ଷିକ ଆୟ ବ୍ୟୟର ହିସାବ ଆଣିବା ପରେ ଚକ୍ରରାଜ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ଏହି ନୀତି ଅନୁଷ୍ଠିତ ହେବା ପାଇଁ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି ।