ଯାମିନୀ, ହେମନ୍ତ ଲୋକାୟୁକ୍ତଙ୍କ ନିକଟରେ ହାଜର

0

ଭୁବନେଶ୍ୱର: ମାସ୍କ ଦୁର୍ନୀତିରେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମ ଆଜି ଲୋକାୟୁକ୍ତରେ ହାଜର ହୋଇଛନ୍ତି । ଏହି ଦୁର୍ନୀତି ନେଇ ଲୋକାୟୁକ୍ତରେ ଅଭିଯୋଗ ପରେ ପୂର୍ବରୁ ଉଭୟ ହାଜର ହୋଇଥିଲେ । ସେମାନଙ୍କୁ ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ ।
ପିପିଇ କିଟ ଓ ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ନେଇ ଶର୍ମା ଓ ଷଡଙ୍ଗୀଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ଦୁଇ ଅଧିକାରୀ କରୋନା ଚିକିତ୍ସାରେ ବ୍ୟବହୃତ ପିପିଇ କିଟ ଓ ମାସ୍କ କିଣା ପ୍ରକ୍ରିୟାରେ ଅର୍ଥ ହରିଲୁଟ୍‌ କରିଥିବା ନେଇ ଅଭିଯୋଗ ହୋଇଥିଲା ।

SR