ଜମ୍ମୁ-କାଶ୍ମୀର ଲସ୍କର-ଏ-ତୈବା ସହିତ ଜଡିତ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି

0

ଶ୍ରୀନଗର-: ଆଜି ଜମ୍ମୁ-କାଶ୍ମୀରର ବଡଗାମରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଆତଙ୍କବାଦୀଙ୍କ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ, ଏହି ତିନିଜଣ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ସହିତ ଜଡିତ। ଗିରଫ ବ୍ୟକ୍ତିମାନେ ମୁଜାମ୍ମିଲ ଅହମ୍ମଦ, ଇଶଫାକ ପଣ୍ଡିତ (ଉଭୟ ଅଗଲାର ପଟ୍ଟନର ବାସିନ୍ଦା) ଏବଂ ମିରିପୋରା ବିରୱାହ ବାସିନ୍ଦା ମୁନିର ଅହମ୍ମଦ ବୋଲି ଚିହ୍ନଟ ହୋଇଛନ୍ତି । ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ହାତ ଗ୍ରେନେଡ ଏବଂ ଗୋଳାବାରୁଦ ଜବତ କରିଛି । ଗତ ତିନି ଦିନ ମଧ୍ୟରେ କାଶ୍ମୀରରେ ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଛଅ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।