ଜମ୍ମୁ କାଶ୍ମୀରରେ : ଜମ୍ମୁ କାଶ୍ମୀରରେ ହାଇ ଆଲର୍ଟ । ଆତଙ୍କୀ ହମଲା ପରେ ଜାମ୍ମୁକାଶ୍ମୀର ହାଇ ଆଲର୍ଟ ଯାରି କରାଯାଇଛି । ଚାନ୍ଦିଲି ଗାଁରେ ମୋର୍ଟାର ସେଲ ବିସ୍ଫୋରଣ ଘଟି ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ମୋର୍ଟାର ସେଲଟି ଜଙ୍ଗଲରୁ ଠାବ ହୋଇଥିଲା । ଏନେଇ ସାମ୍ବାର ପୋଲିସର ବରିଷ୍ଠ ପୋଲିସ ଅଧୀକ୍ଷକ ବେନାମ ତୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆହତ ଓ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା କୁହାଯାଉଛି । ଜିଏମସି ଜମ୍ମୁ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଏପଟେ ଦୁଇ ଦିନ ତଳେ ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ଭାରତୀୟ ସେନାର ୪ ଯବାନ ଶହୀଦ ହୋଇଥିଲେ । ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।