ଶ୍ରୀନଗର ସଚିବାଳୟରେ ଜାତୀୟ ପତାକା

0

ଋି୍ପୋଟର୍ସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)- ଧାରା ୩୭୦ ଉଚ୍ଛେଦ ପରେ ଆଜି ଶ୍ରୀନଗର ସଚିବାଳୟରେ ରାଜ୍ୟ ପତାକାକୁ ବାଦ ଦିଆଯାଇ ଭାରତୀୟ ଜାତୀୟ ପତାକା ଲଗା ଯାଇଛି । ୩୭୦ ଧାରା ଉଚ୍ଛେଦ ପୂର୍ବରୁ ଶ୍ରୀନଗର ସଚିବାଳୟରେ ପ୍ରଥମେ ଜାତୀୟ ପତାକା ସହ ଜାମ୍ମୁ-କାଶ୍ମରୀ ରାଜ୍ୟ ପତାକା ଲାଗୁଥିଲା । ହେଲେ ଏବେ କେବଳ ଭାରତୀୟ ଜାତୀୟ ପତାକା ହିଁ ଲାଗିବ । ଜମ୍ମୁ-କାଶ୍ମୀରରୁ ଲଦାଖ ଅଲଗା ହୋଇ ଯାଇଛି । ଏହାସହ ଏହି ଦୁଇକୁ କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ବିଧାନସଭା ରହିଥିବା ବେଳେ ଲଦାଖରେ ବିଧାନସଭା ରହିବ ନାହିଁ ।