ସୁରକ୍ଷା ବାହିନୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ମୃତ
ପୁଣିଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଅସଫଳ କଲେ ସୁରକ୍ଷାବାହିନୀ । ଜମ୍ମୁ କାଶ୍ମୀରର କୁପଓ୍ବାଡା ଜିଲ୍ଲାର ତଙ୍ଗଧାରରେ ସେନା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି ।
(ଜମ୍ମୁ କାଶ୍ମୀର) : ପୁଣିଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଅସଫଳ କଲେ ସୁରକ୍ଷାବାହିନୀ । ଜମ୍ମୁ କାଶ୍ମୀରର କୁପଓ୍ବାଡା ଜିଲ୍ଲାର ତଙ୍ଗଧାରରେ ସେନା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି । ଜବରଦସ୍ତ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିବା ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି । ସେନା ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି ।
କିଛି ଆତଙ୍କବାଦୀ ଏଠାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି । ଖୁବଶୀଘ୍ର ସୁରକ୍ଷାବାହିନୀ ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାକୁ ନେଇ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ଭିତରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।
ସୂଚନାନୁଯାୟୀ , ଏହା ପୂର୍ବରୁ ପୋଲିସ ଗତକାଲି(ଗୁରୁବାର) ଲସ୍କର-ଏ-ତୋଇବା ପାଇଁ କାମ କରୁଥିବା ଜଣେ ବ୍ୟକ୍ତି ଏବଂ ୪ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ପୋଲିସ ଦାବି କରିଥିଲା ଯେ ଜମ୍ମୁ କାଶ୍ମୀରର ବାରାମୂଲା ଜିଲ୍ଲାରେ ଏକ ମଦ ଦୋକାନ ଉପରେ ଗ୍ରେନେଡ ମାଡ କରିଥିଲେ । ଏମାନଙ୍କ ପାଖରୁ ୫ ପିସ୍ତଲ ଏବଂ ୨୩ ଗ୍ରେନେଡ ଜବତ କରାଯାଇଛି ।