ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ଡେରା କି ଗଲି (ଡିକେଜି) ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଚାରିପଟୁ ଘେରି ସେନାର ୨ ଗାଡ଼ି ଉପରେ ଗୁଳିଗୋଳା ମାଡ଼ କରିଥିଲା। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ଘଟଣା ସ୍ଥଳରେ ୨ ଯବାନଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ଆତଙ୍କବାଦୀମାନେ ଯବାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି । ଘଟଣାରେ ଡାକ୍ତରଖାନାରେ ଗତକାଲି ୨ ଜଣ ଯବାନ ସହିଦ ହୋଇଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି । ଏବେ ବି ଗୁରୁତର ଅବସ୍ଥାରେ ଏକାଧିକ ଯବାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।