କଣ ରହିଛି ଜମ୍ମୁର ଇତିହାସ

0

(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ଜମ୍ମୁ କାଶ୍ମୀର ବିଷୟରେ ବହୁ ଲୋକ ଚର୍ଚ୍ଚା କରନ୍ତି କିନ୍ତୁ ଖୁବ୍ କମ୍ ଲୋକ ଏହାର ଇତିହାସ ବିଷୟରେ ଜାଣିଛନ୍ତି । ଭୌଗୋଳିକ ଦୃଷ୍ଟିରୁ ଜମ୍ମୁ କାଶ୍କୀରରେ ପାଞ୍ଚଟି ସମୂହ ରହିଛି । ସେମାନଙ୍କର ପରସ୍ପର ସହିତ କୋøଣସି ସମ୍ପର୍କ ନାହିଁ । ଡ଼ୋଗରା ରାଜବଂଶ ଏହି ପାଞ୍ଚ ଭୌଗୋଳିକ ଅଂଶକୁ ଏକ ରାଜ୍ୟରେ ପରିଣତ କରିବାରେ ସକ୍ଷମ ହୋଇଥିଲେ । କାରଣ ଏହି ୫ଟି ଅଂଶରେ ଭାଷା , ସଂସ୍କୃତି ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ତେବେ ଜାଣନ୍ତୁ ଏହି ରାଜ୍ୟର ଇତିହାସ ସମ୍ପର୍କରେ

ଜମ୍ମୁ ଅର୍ଥାତ୍ ଡୁଗ୍ଗରପ୍ରଦେଶ
-ଭାରତୀୟ ଗ୍ରନ୍ଥ ଅନୁସାରେ ଜମ୍ମୁକୁ ଡୁଗ୍ଗ୍ର ପ୍ରଦେଶ କୁହାଯାଏ । ଏହା ରାଜ୍ୟର ଶୀତକାଳୀନ ରାଜଧାନୀ ମଧ୍ୟ ।
-ଜମ୍ମୁରେ , ଜମ୍ମୁ, ସାମ୍ବା, କଠୁଆ, ଉଧମପୁର, ଡୋଡା, ରାଜୌରୀ, ରିୟାସୀ, ରାମବନ ଏବଂ କିଶ୍ତୱାଡା ଆଦି ଜିଲ୍ଲା ରହିଛି ।
-ଜମ୍ମୁର ସମୁଦାୟ କ୍ଷେତ୍ରଫଳ ୩୬,୩୧୫ ବର୍ଗ କିମି । ଏହାର ପାଖାପାଖି ୧୩,୨୯୭ ବର୍ଗ କିମି ପାକିସ୍ତାନ ଅଧୀକୃତ ରହିଛି । ୧୯୪୭-୪୮ରେ ହୋଇଥିବା ଯୁଦ୍ଧ ସମୟରେ ପାକିସ୍ତାନ କବଜା କରି ନେଇଥିଲା ।
-ଜମ୍ମୁର ମୀରପୁର, ମୁଜ୍ଜଫରାବାଦ, ଭିମ୍ବର, ହବେଲୀ, ବାଗ, ସୁଧାନ୍ତୀ, ହଟ୍ଟିୟାଂ ଏବଂ ହବେଲୀ ପାକିସ୍ତାନ କବଜାରେ ରହିଛି । ପୁଂଛ ସହରକୁ ଛାଡି ସମସ୍ତ ଅଂଚଳ ପାକିସ୍ତାନ କବଜାରେ ରହିଛି । ଏହି ଅଂଚଳରେ କାଶ୍ମୀର ଭାଷା କହୁଥୀବା ଖୁବ୍ କମ୍ ଲୋକ ବାସ କରନ୍ତି । ଏଠାକାର ଲୋକ ଗୁଜ୍ଜର ଏବଂ ପଞ୍ଜାବୀ ଅଛନ୍ତି । ତେବେ ପାକିସ୍ତାନ ଅଧୀକୃତ କରିଥିବା ଜମ୍ମୁର ଏହି ଅଂଶକୁ ସ୍ୱାଧୀନ କାଶ୍ମୀର କୁହାଯାଉଛି ।