ରାଜିବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜିଲ୍ଳାପାଳଙ୍କ ଜନଶୁଣାଣୀ

0

(ଓମ୍ ପ୍ରକାଶ ମିଶ୍ର/ ସୋନନୁର ) : ଆଜି ପୁର୍ବାହ୍ନ ୧୦ ଘଂଟା ସମୟରେ ସୁବର୍ଣ୍ଣପୁର ଜିଲ୍ଳାପାଳଙ୍କ ଜନଶୁଣାଣି ଶିବିର ତରଭା ବ୍ଲକ ପରିସରରେ ଥିବା ରାଜିବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଳାପାଳ ମନିଶା ବାନାର୍ଜିଙ୍କ ସମେତ ଜିଲ୍ଳା ତଥା ଏନସି ବ୍ଲକର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଶିବିରରେ ସର୍ବମୋଟ ୧୨୦ ଗୋଟି ଅଭିଯୋଗ ରହିଥିବା ବେଳେ ସେଥିମଧ୍ୟରୁ ୯୮ ଜଣ ଉପସ୍ଥିତ ରହିଥିବା ଜଣାଯାଇଛି । ନୂତନ ଜିଲ୍ଳପାଳଙ୍କ ଉପରେ ଭରସାକରି ବହୁ ମାସ ପରେ ଆଜି ଜନଶୁଣାଣିରେ ଅଂଚଳର ବହୁ ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ତଳେ ମରାଡ଼ୁଗୋଚ୍ଛା ପଂଚାୟତର ଲୋକେ ମେଗାପଏଂଟରୁ ଜଳପାଉନଥିବା ଜିଲ୍ଳପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଜିଲ୍ଳପାଳ ତୁରନ୍ତ ମରାଡ଼ୁଗୋଚ୍ଛା ଯାଇ ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଇଥିଲେ ।