ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର

0

ଗୋପ/ ଜୟନ୍ତ କୁମାର ସେଠୀ : ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସତ୍ୟବାଦୀ ଯୁବ ଓ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସତ୍ୟବାଦୀ ଵିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜୀବନ ବିନ୍ଦୁ ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୀବନବିନ୍ଦୁ ପୁରୀ ଜିଲ୍ଲା ସଂଯୋଜକ ସୁବାଶିଷ ଖୁଣ୍ଟିଆ,ପୁରୀ,ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ପୁରୀ ଜିଲ୍ଲା , ସମ୍ପାଦକ ଧରଣୀଧର ସାହୁ ଓ ବ୍ଲକ ଅଧ୍ୟକ୍ଷା ସମ୍ମିତା ପ୍ରଧାନ , ସୁନିଲ ପଣ୍ଡା ,ସମସ୍ତ ବିଜୁ ଜନତା ଦଳ ସରପଚ,ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ଏହି ଶିବିରରେ ମୋଟ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି ଗୋଟିଏ ରକ୍ତ ଦେଇ ଅନ୍ନର ଜୀବନ ବଚାଇ ପାରିଵା ଆଜୀ ତାହା ସଫଳ ହୋଇଛି ବାଲି ଵିଧାୟକ ସତ୍ୟବାଦୀ କହିଛନ୍ତି ।