ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲା ମାଓ ବାହିନୀ
ପୁଣି ଏକ ହିଂସା କାଣ୍ଡ ଘଟାଇଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଏକ ହିଂସା କାଣ୍ଡ ଘଟାଇଛନ୍ତି ମାଓବାଦୀ ।
(ଛତିଶଗଡ଼) : ପୁଣି ଏକ ହିଂସା କାଣ୍ଡ ଘଟାଇଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଏକ ହିଂସା କାଣ୍ଡ ଘଟାଇଛନ୍ତି ମାଓବାଦୀ । ଗାଙ୍ଗାଲୁର ଥାନା ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ପୋଲିସ ବିଭାଗର ଗୁଇନ୍ଦା କର୍ମଚାରୀ ବୋଲି ଜଣାପଡିଛି ।
ସୂଚନାନୁଯାୟୀ , ଡିଆରଜି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ନେଇ ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ସୂଚନା ଦେଇଛନ୍ତି ।ଶୁକ୍ରବାର ମଧ୍ୟ ବିଜାପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଚେରିଖୋଣ୍ଟା ଗ୍ରାମରେ ଏକ ଠିକା କମ୍ପାନୀର ୧୨ ଟି ଗାଡିକୁ ପୋଡି ଦେଇଥିଲେ ସଶସ୍ତ୍ର ମାଓବାଦୀ ।