(ହର ପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ଆରମ୍ଭ ହୋଇଛି । ମୋଦିଙ୍କ ଜନ୍ମ ସପ୍ତାହ କୁ ନେଇ ସାର ଦେଶରେ ବିଜେପି ପାଳୁଛି ସେବା ସପ୍ତାହ। ଏନେଇ ଓଡିଶାରେ ଭୁବନେଶ୍ୱର ଭରତପୁରରୁ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ୟ୍ୟକ୍ରମ ରେ ଦିବ୍ୟଙ୍ଗ ମାନଙ୍କୁ ବିଭିନ୍ନ ଅଵଶ୍ୟକୀୟ ଉପକରଣ, ସ୍ୱାସ୍ଥ୍ୟ କ୍ୟାମ୍, ରକ୍ତଦାନ ଶିବିର ସମେତ ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି।
ତା ସହିତ ଗାଁରୁ ଗରିବୀ ହଟେଇବା, ସମସ୍ତଙ୍କୁ କିଭଳି ପକ୍କା ଘର, ସୁଧଜଳ, ବିଜୁଳି, ଉଜ୍ଜଳ ଗ୍ୟାସ, ଶୌଚାଳୟ ମିଳିବ ସେ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବା।ପ୍ରତ୍ୟେକ ସ୍ଵୟସହାୟକ ଗୋଷ୍ଠିକୁ ଦିଆଯିବ ୧ ଲକ୍ଷ ଟଙ୍କା । ଆଜିଠାରୁ ୨୦ ଦିନ ବ୍ୟାପି ସେବା ସପ୍ତାହ ପାଳନ କରାଯିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ସାଂସଦ ଅପଜିତା ଷଡଙ୍ଗୀ, ବିଧାୟକ ବିଷ୍ଣୁ ସେଠି, ବିରୋଧୀଦଳ ନେତା ପ୍ରଦୀପ ନାଏକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।