(ଜ୍ୟୋତିରଞ୍ଜନ ଧର /କଣିହାଁ ) : . କଣିହାଁ ବ୍ଳକସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମଞ୍ଚଳ ରେ ଥିବା ସମସ୍ତ ଭଗବତ ଟୁଙ୍ଗି ଗୁଡିକରେ ଜନ୍ମାଷ୍ଟମି ଉତ୍ସବ ଧୂମଧାମରେ ପାଳନ ହୋଇଯାଇଛି । ବ୍ଲକସ୍ଥ ବିଜିଗୋଳ ବିପିନି ବିହାରୀ ମାର୍ଗ ଠାରେ ଥିବା ଭାରତୀୟ ବିଦ୍ୟାନିକେତନ ଆବାସିକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ର ପ୍ରଧାନ ଆଚାର୍ୟ୍ୟା ପ୍ରେମଲତା ପାଣି ପ୍ରତ୍ୟକ୍ଷ ତତ୍ୱାବଧାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା । ବିଦ୍ୟାଳୟ ପରିସରରେ ପାରମ୍ପରିକ ରୀତିନୀତିରେ ପୁରୋହିତ ପୂଜାର୍ଚ୍ଚନା, ହୋମ ଯଜ୍ଞ ପରେ ଛାତ୍ର ଛାତ୍ରୀ ମାନେ ରାଧା, କୃଷ୍ଣ ବେଶରେ ସଜ୍ଜିତ ହୋଇ ଥିଲେ ।
ଏହି ପାରମ୍ପରିକ ଶୁସଜ୍ଜିତ ବେଶରେ ଏକତ୍ରିତ ହୋଇ ଏକ ବିରାଟ ଶୋଭା ଯାତ୍ରାରେ ଏନଟିପିସି ବାଇପାସ ଛକ ପର୍ୟ୍ୟନ୍ତ ଯାଇଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଦହି ହାଣ୍ଡି ଭଙ୍ଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ସେହିପରି ଏନଟିପିସି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦୀପଶିଖା ସରସ୍ୱତୀ ଶିଶୁ ବିଦ୍ୟା ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାରମ୍ଭରେ ଶ୍ରୀକୃଷ୍ଣ ଙ୍କର ପୂଜାର୍ଚ୍ଚନା ଓ ହବନ କରାଯାଇଥିଲା । ଭାଗବତ ପୁରାଣ ପାଠ କରାଯାଇଥିଲା । ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ସାହୁ ଯୋଗ ଦେଇଥିଲେ । ସମସ୍ତ ଗୁରମା ରାଧା, କୃଷ୍ଣ ବେଶରେ ଶିଶୁ ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଶେଷରେ ଶିଶୁ ବାଟିକା ର ଶିଶୁ ମାନଙ୍କ ଦ୍ବାରା ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠାନ ର ପ୍ରଧାନ ଆଚାର୍ୟ୍ୟ ଶୁଶାନ୍ତ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ୟ୍ୟ ପରିଚାଳିତ ହୋଇଥିଲା ବେଳେ ଶିକ୍ଷାନୁଷ୍ଠାନର ଆଚାର୍ୟ୍ୟ, ଆଚାର୍ୟ୍ୟା, କର୍ମଚାରୀ ସହଯୋଗ କରିଥିଲେ । ଅନୁରୂପ ଭାବରେ ରେଙ୍ଗାଳି, ପଥରମୁଣ୍ଡା, ସମଲ, କଂସ ମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷା ଅନୁଷ୍ଠାନ ଏହି ଉତ୍ସବ ପାଳିତ ହୋଇଯାଇଛି । ସେହିପରି ବିଜିଗୋଳ, ରଙ୍ଗବେଡା, ପଥରମୁଣ୍ଡା, ମାଳପଶି, କଂସମୁଣ୍ଡା, ଭୀମକାଣ୍ଡ, ଗଣ୍ଡବେରଣା, ଟୋଲକବେଡା, କଣିହାଁ ଗ୍ରାମାଞ୍ଚଳ ଗୁଡ଼ିକର ଭାଗବତ ଟୁଙ୍ଗିରେ ଧୂମଧାମ ରେ କୃଷ୍ଣ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସଂଧ୍ୟାରେ ଗ୍ରାମାଞ୍ଚଳ ନାମ ସଙ୍କୀର୍ତନ ଓ ପ୍ରସାଦସେବନ ବ୍ୟବସ୍ଥା ପରିବେଷଣ କରଯାଇଥିଲା କ୍ଷ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରାଯାଇଥିଲା ।