ଜଟଣୀ ପଞ୍ଚୁଦୋଳ ମେଳଣ ଯାତ୍ରା ଆରମ୍ଭ

0

(ଖୋର୍ଦ୍ଧା ) : ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଯାତ୍ରା ଆରମ୍ଭ ହୋଇଯାଇଛି । ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗ୍ରାମ ମେଳଣ ପଡ଼ିଆରେ ସୀମିତ ସେବକ ଓ ଭକ୍ତରେ କରୋନା ନିୟମ ମଧ୍ୟରେ ପାଳିତ ହୋଇଯାଇଛି । ମେଳଣ ପଡ଼ିଆରେ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ୮୦ ହରିହର ବିଗ୍ରହ ଦୋଳ ବିମାନରେ ଉପବିଷ୍ଟ ରହିଥିଲେ । ଶଙ୍ଖ ,ହୁଳହୁଳି ,ମୁର୍ଦୁଙ୍ଗ ,ଗିନିରେ ପ୍ରକମ୍ପିତ ହୋଇ ସୃଷ୍ଟି ହେଇଥିଲା ଆଧ୍ୟାତ୍ମିକ ପରିବେଶ । ଏବର୍ଷ କରୋନା ହେତୁ ଅଳ୍ପ କିଛି ଅସ୍ଥାୟୀ ଦୋକାନ ପଡିଥିବା ଦେଖିବାକୁ ମିଳିଥିଲା ।