ବ୍ୟୁରୋ : ସୋସିଆଲ ମିଡ଼ିଆରେ ନିଜ କୃଷ୍ଣ ଭକ୍ତି ପାଇଁ ବେଶ ଭାଇରଲ ହୋଇଥାନ୍ତି ପ୍ରବଚକ। ବର୍ତ୍ତମାନ ଦୁଇ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଗ ଧରି ସମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ତେବେ ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀ ମୁହଁ ଖୋଲିଛନ୍ତି। ସେ ବିବାଦ ଉପରେ ପ୍ରତିକ୍ରିୟା ରଖି ବଡ଼ କଥା କହିଛନ୍ତି।
ଏହା ଉପରେ ୨୯ ବର୍ଷୀୟ ପ୍ରବଚକ କହିଛନ୍ତି, “ମୁଁ ପ୍ରଥମ ଦିନରୁ ସ୍ପଷ୍ଟ କରିଛି ଯେ ମୁଁ କୌଣସି ସନ୍ଥ, ସାଧୁ କିମ୍ବା ସାଧ୍ୱୀ ନୁହେଁ। ମୁଁ ଜଣେ ସାଧାରଣ ଝିଅ। ମୁଁ ଗୋଟିଏ ସାଧାରଣ ଘରେ ରୁହେ। ମୁଁ ମୋ ପରିବାର ଲୋକଙ୍କ ସହ ଚଳେ। ମୁଁ ସମାନ କଥା ଯୁବଗୋଷ୍ଠୀଙ୍କୁ ମଧ୍ୟ କହିଛି। ସମସ୍ତେ କଠିନ ପରିଶ୍ରମ କରନ୍ତୁ, ଟଙ୍କା କମାନ୍ତୁ, ନିଜକୁ ଓ ନିଜ ପରିବାର ଲୋକଙ୍କୁ ଭଲ ଜୀବନ ଭେଟି ଦିଅନ୍ତୁ। ଏଥିସହ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଲାଗି ପଡ଼ନ୍ତୁ।”
ସୂଚନା ଅନୁଯାୟୀ, ପ୍ରସିଦ୍ଧ ପ୍ରବଚକ ଗୋଟିଏ ଏୟାରପୋର୍ଟରେ ଡାୟର୍ ବ୍ୟାଗ (Dior Bag) ଧରି ଯାଉଥିବା ଭିଡିଓ ଓ ଫଟୋ ସାମ୍ନାକୁ ଆସିଥିଲା। କିନ୍ତୁ ତାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଥିଲେ।
ସମାଲୋଚନାର ଶିକାର ହେବା ପରେ ଜୟ କିଶୋରୀ କହିଛନ୍ତି, ଏହା ମୋର କଷ୍ଟମାଇଜ୍ ବ୍ୟାଗ୍ । ଏଥିରେ କୈାଣସି ଚମଡା ବ୍ୟବହାର ହୋଇନି । ମୋ ହିସାବରେ ଏହି ବ୍ୟାଗ ପ୍ରସ୍ତୁତ ହୋଇଛି । ମୁଁ ଜଣେ ସାଧାରଣ ମଣିଷ । ମୁଁ ସବୁବେଳେ କହିଆସିଛି କଠିନ ପରିଶ୍ରମ କରନ୍ତୁ, ଟଙ୍କା କମାନ୍ତୁ । ନିଜକୁ ଏବଂ ନିଜ ପରିବାରକୁ ଭଲ ଜୀବନ ଭେଟି ଦିଅନ୍ତୁ । କିନ୍ତୁ ମୁଁ ଏହା କେବେ କହିନି ଯେ , ଆପଣ ମାନେ ସବୁ ପରିତ୍ୟାଗ କରିଦିଅନ୍ତୁ । କାରଣ ମୁଁ ନିଜେ ବି ଏହା କରି ନାହିଁ ।