ଜୟନାରାୟଣଙ୍କ ଚ୍ୟାଲେଞ୍ଜ : ଯଦି ମୁଁ ଅପରାଧୀ ତେବେ ମୋ ନାଁରେ ଚାର୍ଜ ସିଟ କରନ୍ତୁ

0

ଭୁବନେଶ୍ୱର : ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ । ବିଧାନସଭା ବାହାରେ ଶାସକ ଦଳର ବିଧାୟକ ମାନେ ମୋ ନାଁ ରେ ବହୁତ କିଛି କହିଛନ୍ତି । ତେଣୁ ମୁଁ ବିଧାନସଭା ରେ ଏହା କହିବା ପାଇଁ ବାଧ୍ୟ ହେଉଛି।

  • ଯଦି ମୁଁ ଅପରାଧୀ ତେବେ ମୋ ନାଁ ରେ ଆପଣ ଚାର୍ଜ ସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ। ବିଜେପୁର ନିର୍ବାଚନ ସମୟରେ ଶାସକ ଦଳ ନିର୍ବାଚନ ଜିତିବା ପାଇଁ କିପରି ଜଣଙ୍କୁ ହତ୍ୟା କରିଥିଲା ତାହାର ଟେପ ବା ପ୍ରମାଣ ବି ଦେଇ ଦେବି ।

  • ମୋତେ କୁହା ଯାଉଛି ମୁଁ ଅଭ୍ୟାସଗତ ଅପରାଧୀ ବୋଲି କିନ୍ତୁ ଶାସକ ଦଳର ବିଧାୟକ ଙ୍କ ନାଁ ରେ ଅନେକ କେସ ରହିଛି ତାହା କହୁଛି | ୪୬ ଜଣ ବିଧାୟକ ଙ୍କ ନାଁ ରେ ୧୮୦ ଟି କେସ ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁ ରେ ୩୦୭, ୨ ଜଣଙ୍କ ନାଁ ରେ ୩୯୫ ଡକାୟତି, ୯ ଜଣ ଙ୍କ ନାଁ ରେ ୩୭୯ ଚୋରି, ୪ ଜଣ ଙ୍କ ନାଁ ରେ ୧୭୧ ଲାଞ୍ଚ ନେବା,୨୮ ଜଣ ଙ୍କ ନାଁ ରେ ୫୦୬ ଧମକ, ୫ ଜଣଙ୍କ ନାଁ ରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁ ରେ ୩୭୬ ବଳାତ୍କାର , ୪ ଜଣଙ୍କ ନାଁ ରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି।

  • ସୌମ୍ୟ ପଟ୍ଟନାୟକଙ୍କ ନାଁ ରେ ୧୯ ଟି କେସ ରହିଛି । ତାଳଚେର ବିଧାୟକ ନାଁ ରେ ୨୯ ଟି କେସ ରହିଛି । ମନ୍ତ୍ରୀ ମାନେ ସରକାର ସେ କିପରି କହିଲେ କେନ୍ଦ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବ ଦାସ ଙ୍କ ହତ୍ୟାକାଣ୍ଡର ଚକ୍ରାନ୍ତ କରି ଥାଇ ପାରନ୍ତି । ମନ୍ତ୍ରୀ ତଦନ୍ତ କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଲେ ଜୟ ନାରାୟଣ। 

  • ନିଜ କେସ ପ୍ରସଙ୍ଗ ଉଠାଇ କହିଲେ ଜଣେ ପୋଲିସ କେଉଁଠି ଥିବ ଆସି କି ଗୋଡ଼ ଦଳି ଦେବ ଆଉ ମୁଥା ମାରିବ । ଆଉ କେସ ମାଡ଼ ଖାଇ ଥିବା ଲୋକ ନାଁ ରେ ହେବ । ସେ ପୁଣି ବିରୋଧୀ ଦଳ ନେତାଙ୍କ ଭଳି ଜଣେ ସମ୍ବିଧାନିକ ପଦବୀ ରେ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ।

  • ମୁଁ ଯଦି ସାମାନ୍ୟତମ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବି କିଏ ପ୍ରମାଣ କରିଦେବ ତେବେ ମୁଁ ରାଜନୈତିକ ଜୀବନରୁ ଓହରିଯିବି ।