ଧର୍ମ ଗୁରୁ ଗୁରୁ ନାନକ ଦେବଜୀଙ୍କର ୫୫୦ ତମ ଜୟନ୍ତୀ ପାଳିତ

0

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ): ବହୁ ସଂସ୍କୃତି ଓ ଧର୍ମର ଦେଶ ହେଉଛି ଏହି ଭାରତ ବର୍ଷ ।ଏଠାରେ ବସବାସ କରୁଥିବା ଶିଖଲୋକଙ୍କର ଧର୍ମ ଗୁରୁ ତଥା ମହାନ ସନ୍ଥ ଗୁରୁ ନାନକ ଦେବଜୀଙ୍କର ୫୫୦ ତମ ଜୟନ୍ତୀ ଗତକାଲି ପାଳିତ ହୋଇଯାଇଛି।୧୪୬୯ ମସିହା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସେ ଧରାବତରଣ କରିଥିଲେ ।ଗୁରୁ ନାନା କହିଥିଲେ ଈଶ୍ବରଙ୍କ ସତ୍ତା । ଈଶ୍ବର ସଦଗୁଣ ସଂପନ୍ନ ।ମଣିଷ ଦୁର୍ଗୁଣ ଛାଡ଼ିଲେ ଈଶ୍ୱରଙ୍କୁ ପାଇବା ସମ୍ଭବ ।ଯିଏ ଜୀବିତ ଅବସ୍ଥାରେ ଅନ୍ୟର ଭଗବତ୍ ପ୍ରେମରେ ନିର୍ଲିପ୍ତ ହୁଏ ସେ ଜୀବନ ଯୁଦ୍ଧରେ ବିଜୟୀ ହୁଏ ।ଏହାଥିଲା ମାନବ ସମାଜ ପ୍ରତି ଗୁରୁମାନଙ୍କର ଉପଦେଶ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା ଗ୍ରାମରେ ୧୯୮୦ପ୮୧ ମସିହାରେ ଏଠାରେ ବସବାସ କରୁଥିବା ଶିଖଲୋକମାନେ ଗୁରୁଦ୍ୱାର ନିର୍ମାଣ କରିଥିଲେ । ଆଜିଯାଏଁ ସେଠାରେ ସେମାନେ ଗୁରୁମାନଙ୍କର ପୂଜା ଏବଂ ସେମାନଙ୍କ ର ଧର୍ମଗ୍ରନ୍ଥ ଗୁରୁନାନକ ସାହେବ ଗ୍ରନ୍ଥ ପାଠ କରି ଆସୁଛନ୍ତି ।ଆଜି ସେଠାରେ ଶିଖ ପରିବାର ତରଫରୁ ଗୁରୁ ନାନା ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି । ରାଇରଙ୍ଗପୁର ଏବଂ ଆଖପାଖ ବହୁ ଶିଖଧର୍ମାବଲମ୍ବୀ ଲୋକେ ନବ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରିଥିଲେ ।ପରେ କମିଟି ତରଫରୁ ସମସ୍ତଙ୍କ ପାଇଁ ଲଙ୍ଗର(ଖାଦ୍ୟ) ବ୍ୟବସ୍ଥା କରାଯାଇଥିଲା ।