ଭୁବନେଶ୍ୱର: ଆଜି ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାରଙ୍କୁ ସମ୍ମାନିତ କରାଯାଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀଙ୍କୁ ମିଳିଛି ଉଚିତ ସମ୍ମାନ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରେ ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ପୁରସ୍କୃତ କରାଯାଇଛି ।
ସିନେମାରେ କମେଡିର ଚିତ ଶିଳ୍ପୀ କୁହା ଯାଉଥିବା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି ।
ଜୟୀରାମ ସାମିଲଙ୍କ ବ୍ୟତୀତ ଅନନ୍ତ ମହାପାତ୍ରଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର । ଶ୍ରୀନିବାସ ମହାପାତ୍ରଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର । ୨୦୨୧ ବର୍ଷ ପାଇଁ ଶ୍ରୀନିବାସ ମହାପାତ୍ରଙ୍କୁ ପୁରସ୍କାର । ୨୦୨୦ ର ଶ୍ରେଷ୍ଠ ଚଳଚ୍ଚିତ୍ର ସହିଦ ରଘୁ ସର୍ଦ୍ଧାର । ୨୦୨୧ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରତୀକ୍ଷା ଓ ଡାଳଚିନ । ୨୦୨୨ ର ଶ୍ରେଷ୍ଠ ଚଳଚ୍ଚିତ୍ର ଦମନ। ୨୦୨୦ ପାଇଁ ଅମ୍ଲାନ ଦାସ ଓ ଦେବାଶିଷ ପାତ୍ର ଶ୍ରେଷ୍ଠ ଅଭିନେତା ।