ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (NTA) ଇଞ୍ଜିନିୟରିଂ ଆଡମିଶନ ପାଇଁ JEE-Mains ପରୀକ୍ଷାର ଫଳାଫଳ ପ୍ରକାଶ କରିଛି । ଛାତ୍ରଛାତ୍ରୀ ମାନେ http://jeemain.nta.ac.in ରେ ରେଜଲ୍ଟ ଦେଖିପାରିବେ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ୨ୟ ପର୍ଯ୍ୟାୟ ପରୀକ୍ଷା ରେ ୫୬ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତେଲେଙ୍ଗାନାର ବୋଲି କୁହାଯାଉଛି। ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ପାଇଁ ୧୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଶତ ପ୍ରତିଶତ ସ୍କୋର କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ୭ ଜଣ ଏବଂ ଦିଲ୍ଲୀରୁ ୬ ଜଣ ଅଛନ୍ତି ।ଅନ୍ୟପଟେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ ଓଡିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯,୯୯ପ୍ରତିଶତ ସ୍କୋର ରଖିଛନ୍ତି । ଜେଇଇ ମେନ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।