ପୁଣି ବିମାନ ଯାତ୍ରୀଙ୍କୁ ମହଙ୍ଗା ମାଡ଼

ଦେଶରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ,ଡିଜେଲ ଦରଦାମ

0

(ଦିଲ୍ଲୀ) : ଦେଶରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ,ଡିଜେଲ ଦରଦାମ । ଜେଟ୍‌ ଫ୍ୟୁଲ୍ ଅର୍ଥାତ ଏୟାର ଟର୍ବାଇନ୍‌ ଫ୍ୟୁଲ (ଏଟିଏଫ୍)ର ଦାମ ପୁଣିଥରେ ବୃଦ୍ଧିପାଇଛି । ତେବେ ଏହି କ୍ରମରେ ପୁଣି ମହଙ୍ଗା ହେବ ବିମାନରେ ସେବା । ଗୁରୁବାର ଯାତ୍ରୀଙ୍କୁ ଲାଗିଛି ଝଟ୍‌କା । ଏହାର ଦାମରେ ୧୬.୩ ପ୍ରତିଶତ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୦୨୨ ପରେ ବିମାନ ଇନ୍ଧନରେ ଏହା ସର୍ବାଧିକ ବୃଦ୍ଧି । ଫଳରେ ଜେଟ୍‌ ଫ୍ୟୁଲ୍‌ ଦାମ ରେକର୍ଡ ସ୍ତରରେ ପହଞ୍ଚିଛି ।

ସବୁଠାରୁ ବଡ଼ କଥା ହେଉଛି ଯେ , ଗତ ୬ ମାସ ମଧ୍ୟରେ ବିମାନ ଇନ୍ଧନ ଦର ପ୍ରାୟ ୯୧ ପ୍ରତିଶତ ବୃଦ୍ଧି ଘଟିଲାଣି । ଯାହା ଫଳରେ ରାଜଧାନୀ ଦିଲ୍ଲୀରେ ଏଟିଏଫ‌ର ଦାମ କିଲୋଲିଟର ପିଛା ରେକର୍ଡ ୧.୪୧ ଲକ୍ଷ ଟଙ୍କା ହୋଇଯାଇଛି । ଗତ ମାର୍ଚ୍ଚ ୧୬ ତାରିଖରେ ବିମାନ ଇନ୍ଧନ ଦର ୧୮.୩ ପ୍ରତିଶତ ବୃଦ୍ଧି ପାଇଥିଲା । ଏହା ପରେ ପୁଣି ଏପ୍ରିଲ ପହିଲାରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି ପାଇଥିଲା । ତା ପରେ ଏପ୍ରିଲ ୧୬ ତାରିଖରେ ୦.୨ ପ୍ରତିଶତ ଏବଂ ମେ ୧ ତାରିଖରେ ୩.୨୨ ପ୍ରତିଶତ ବୃଦ୍ଧି ପାଇଥିଲା ।

ଗତ ୬ ମାସ ମଧ୍ୟରେ ଲଗାତାର ବାବେ ବୃଦ୍ଧି ପାଉଥିବା ବିମାନ ଇନ୍ଧନ ଦରରେ ମାତ୍ର ଥରେ ହିଁ ହ୍ରାସ ଘଟିଛି । ଗତ ଜୁନ ୧ ତାରିଖରେ ମାତ୍ର ୧.୩ ପ୍ରତିଶତ ହ୍ରାସ ପାଇଥିଲା ଦର । କିନ୍ତୁ ଏବେ ପୁଣି ଦାମ ବୃଦ୍ଧି ପାଇବା ଯୋଗୁଁ ବିମାନ ଯାତ୍ରା ମଧ୍ୟ ମହଙ୍ଗା ହେବାର ଆଶଙ୍କା ରହିଛି । ବିମାନ ସଞ୍ଚାଳନ ପାଇଁ ଏଟିଏଫ୍‌ ଅର୍ଥାତ୍‌ ଇନ୍ଧନ ବିମାନ ବାବଦକୁ ଏୟାର ଲାଇନ୍‌ ଗୁଡିକର ଖର୍ଚ୍ଚ ପ୍ରାୟ ୪୦ ପ୍ରତିଶତ ଯାଇଥାଏ ।