ଦିଲ୍ଲୀ ମହାନଗର ନିଗମରେ ଉଡିଲା ଝାଡୁ, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ

0

ଦିଲ୍ଲୀ:ପ୍ରକାଶ ପାଇଛି ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ ଫଳାଫଳ । ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ୧୩୪୯ ଜଣ ପ୍ରର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ । ୧୫ ବର୍ଷ ଧରି ଦିଲ୍ଲୀ ଗଡ ଦଖଲ କରିଥିବା ବିଜେପି ଚଳିତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଛି । ଦିଲ୍ଲୀ ବିଧାନସଭା ଆପର ଦଖଲରେ ଥିବା ବେଳେ ଦିଲ୍ଲୀ ମ୍ୟୁନିସିପାଲ ବିଜେପିର ଦଖଲରେ ଥିଲା ।ସେଥିପାଇଁ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ ନିର୍ବାଚନ ରେ ବିଜେପି ଆପ୍ ମଧ୍ୟରେ ଟକରା ଟକରି ହୋଇଥିଲା । ଏହି ନିର୍ବାଚନରେ ପ୍ରଚାର ଏପରି ହୋଇଥିଲା ଯେପରି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଚାଲିଛି । ଯେହେତୁ ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମରେ ନିର୍ବାଚନ ହେ୍ଉଥିଲା ସେଥିପାଇଁ ବିଜେପି ର ଛାମୁଆ ନେତା ମାନେ ପ୍ରଚାରର ମଙ୍ଗ ଧରିଥିଲେ । ୧୫ ବର୍ଷ ଦାଇତ୍ୱରେ ଥିବା ବିଜେପି ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଚେହେରା ସହ ଲଢୁଥିବା ବେଳେ , ଦିଲ୍ଲୀ ସରକାରରେ ଥିବା ଆପ ର ଭ୍ରଷ୍ଟାଚାରକୁ ଟାର୍ଗେଟ କରି ପ୍ରଚାର କରୁଥିଲେ ।
ଅନ୍ୟ ପେକ୍ଷ ଆପ ନିଜ ୮ବର୍ଷ ସରକାରର ବିକାଶ କାର୍ୟ୍ୟ କୁ ଲୋକଙ୍କ ପାଖରେ ପହଁଚାଇବା ସହ ଏମସିଡି ଦାଇତ୍ୱରେ ୧୫ ବର୍ଷ ଶାସନରେ ଥିବା ବିଜେପି ସରକାରର ବିଫଳତାକୁ ନେଇ ନିର୍ବାଚନ ଳଢୁଥିଲେ ।ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣନା ପାଇଁ ନିର୍ବାଚନ ଆୟୋଗ ମୋଟ ୪୨ଟି ଭୋଟ ଗଣନା କେନ୍ଦ୍ର ସ୍ଥାପନା କରିଥିଲେ। ଭୋଟ ଗଣନା ଲାଗି ୬୮ଜଣ ନିର୍ବାଚନ ପର୍ୟ୍ୟବେକ୍ଷକ ମୁତୟନ ହୋଇଥିବା ବେଳେ ରିଟର୍ଣ୍ଣିଂ ଅଫିସରମାନଙ୍କ ଦ୍ୱାରା ପ୍ରାର୍ଥୀ ଅଥବା ସେମାନଙ୍କ ପ୍ରତିନିଧିଙ୍କ ଆଗରେ ଭୋଟ ଗଣନା କରାଯାଇଥିଲା। ୨୫୦ଟି ଆସନରୁ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସ ୯ ଓ ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି।ଏମସିଡ ପାଇଁ ଆପ୍ ସପକ୍ଷରେ ଭୋଟ ଯିବ ବୋଲି ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ । ଯାହା ଏବେ ସତ ହେବାକୁ ଯାଇଛି ।ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଆମ ଆଦମୀ ପାର୍ଟିକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ଏବେ ଏମସିଡିରେ ଆପ ମେୟର ହେବାକୁ ଯାଉଛନ୍ତି ।