ଉମରକୋଟ: କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ୧୭୬ ଟି କଇଁଛ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ । ତେବେ କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲ୍ଡ ଲାଇଫ ଟିମ ଓ ପାରା ଷ୍ଟାଫ ସହ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୨ କୁଇଁଟାଲ କଇଁଛ ମୋଟ ୧୭୬ ଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ । ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଥିବା ବେଳେ ଚୋରାଚାଲାଣ କରୁଥିବା ୪ ଜଣକୁ ବର୍ତ୍ତମାନ ଗିରଫ କରାଯାଇଛି । ତେବେ ଗିରଫ ୪ଜଣ କଳାହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି ।