ବଢ଼ିଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ

0

ଭ।ରତ: ବଢ଼ିଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ। ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସମନ କରିଛି ଇଡି। ଏନେଇ ଆଜି ଇଡି କାର୍ୟ୍ୟାଳୟରେ ହାଜର ହୋଇପାରନ୍ତି ସୋରେନ । ଗତ ୧୪ ତାରିଖରେ ସୋରେନଙ୍କୁ ସମନ ହୋଇଥିଲେ ବି ସେ ହାଜର ହେବାକୁ ଅଧିକ ସମୟ ମିଗିଥିଲେ । ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଗତ ନଭେମ୍ବରରେ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା । ୧ ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଖଣି ଖନନ ହୋଇଥିବା ଇଡି ଅଭିଯୋଗ କରିଛି।
ସେପଟେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସମନ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ କହିଛି କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରାଯାଇ ରାଜନୈତିକ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନିଆଯାଇଛି । ଏବଂ ଇଡି, ସିବିଆଇ ଭଳି ସଂସ୍ଥା କେନ୍ଦ୍ର ସରକାରଙ୍କ ଇଙ୍ଗୀତରେ କାର୍ୟ୍ୟ କରୁଛନ୍ତି ବୋଲି କଂଗ୍ରେସ ନେତା ରାକେଶ ସିହ୍ନା କହିଛନ୍ତି । ସେ ଆହୁରି କହିଛନ୍ତି ରାଜନୈତିକ ଫାଇଦା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୂପଯୋଗ କରାଯାଉଛି।