ଦୀର୍ଘ ଦିନର ଉତ୍ପାତ ପରେ ଏବେ ଘରମୁହାଁ ଝାଡ଼ଖଣ୍ଡ ହାତୀପଲ

ଡିଶା ସୀମାନ୍ତରେ ତପୋବନ ଜଙ୍ଗଲରେ ଆଉ ୪୦ଟି ହାତୀପଲ ଅଛନ୍ତି ।

0

(ନୀଳଗିରି) : ଦୀର୍ଘ ଦିନର ଉତ୍ପାତ ପରେ ଏବେ ଘରମୁହାଁ ହେଉଛନ୍ତି ଝାଡ଼ଖଣ୍ଡ ହାତୀପଲ । ଚାଷୀକୁଳ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି । ଗୁରୁବାର ଭୋର ବେଳେ ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲରୁ ୧୬ଟି ହାତୀ ନୀଳଗିରି ଅଞ୍ଚଳକୁ ପଶି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିଲେ ।

ସୂଚନାନୁଯାୟୀ , ସବୁଜବାହିନୀଙ୍କ ସମେତ ଗ୍ରାମବାସୀ ମିଶି ହାତୀପଲକୁ ଘଉଡ଼ାଇଥିଲେ । ଫଳରେ ହାତୀପଲ ନୀଳଗିରି ଛାଡି ପୁଣି ନଡ଼ପୁର ଜଙ୍ଗଲକୁ ପ୍ରବେଶ କରିଛନ୍ତି । ରାସଗାବିନ୍ଦପୁର ଅଞ୍ଚଳରେ ଆଉ ୧୬ଟି ହାତୀ ଥିବା ବେଳେ ତା ପଛକୁ ଓଡିଶା ସୀମାନ୍ତରେ ତପୋବନ ଜଙ୍ଗଲରେ ଆଉ ୪୦ଟି ହାତୀପଲ ଅଛନ୍ତି । ସେମାନେ ନଡ଼ପୁର ଜଙ୍ଗଲକୁ ଆସିଲେ ସବୁ ହାତୀପଲ ପୁଣି ନୀଳଗିରି ଆସିପାରନ୍ତି ବୋଲି ଅନୁମାନ କରାଯାଉଛି ।