ରାଞ୍ଚି: ଝାରଖଣ୍ଡ ହାଇକୋର୍ଟ ଶୁକ୍ରବାର ଦିନ ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନକୁ ନେଇ ସେପ୍ଟେମ୍ବର ୧୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଲାଲୁ ବର୍ତ୍ତମାନ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଝାରଖଣ୍ଡର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସସେସ (ଆରଆଇଏମଏସ)ରେ ଚିକିତ୍ସିତ ଅଛନ୍ତି । ସେ ୨୦୧୭ରୁ ଜେଲରେ ରହିଛନ୍ତି । ଚାରା ଘୋଟାଲାରେ ତାଙ୍କୁ ୭ ବର୍ଷର କାରାଦଣ୍ଡ ମିଳିଛି । ଜେଲରେ ଥିବା ଅବସ୍ଥାରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାରୁ ସେ ଅନେକ ମାସରୁ ହସ୍ପିଟାଲରେ ରହି ଆସୁଛନ୍ତି ।
୧୯୯୧-୯୬ ମଧ୍ୟରେ ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଥିବା ଅବସରରେ ଶଶୁ ପାଳନ ବିଭାଗରୁ ୩.୫ କୋଟି ଟଙ୍କା ଘୋଟାଲା କରିଥିବା ନେଇ ତାଙ୍କ ନାମରେ ମାମଳା ରୁଜୁ ହୋଇଥିଲା । ପରେ ତାଙ୍କୁ ୨୦୧୭ରେ ୭ ବର୍ଷ ପାଇଁ ଜେଲ ହୋଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜାମିନ ଆବେଦନ କରାଯାଇଛି ।