ଝାଡଖଣ୍ଡରେ ଗୁଟ୍ଖା ପାନ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇଲେ ହେମନ୍ତ ସୋରେନ…

0

ଝାଡଖଣ୍ଡ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଗୁଟ୍ଖା-ପାନ ମସଲା ଆଦି ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରୀ ହେଲା ନୋଟିଫିକେଶନ । ଏହି ନିଦେ୍ର୍ଦଶ ପରେ ଝାଡଖଣ୍ଡ ବଜାରରେ ଯେକୈାଣସି ନାମରେ ତମାଖୁ କିମ୍ବା ନିକୋଟିନ ଯୁକ୍ତ ଗୁଟଖା ଏବଂ ପାନ ମସଲାର ତିଆରି, ଷ୍ଟକ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ପତିବନ୍ଧକ ଜାରୀ ହେବା ପରେ ଆଗାମୀ ବର୍ଷେ ଯାଏଁ ଏହାର ପ୍ରଭାବ ରହିବ । ସ୍ଥିତିର ସମୀକ୍ଷା ପରେ ପୁଣି ଅବଧିକୁ ବଢାଇ ଦିଆଯିବ ।


ନୂଆ ଆଦେଶ ଅନୁଯାୟୀ ଝାଡ଼ଖଣ୍ଡରେ ଏବେ ଗୁଟ୍‌ଖା ବିକ୍ରି ଏବଂ ଏହାର ସେବନ ଉଭୟ ଅପରାଧରେ ଗଣିତ ହେବେ। ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ର ଧାରା ୩୦(୨)(ଏ) ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ(ବିକ୍ରି ଉପରେ ପ୍ରତିବନ୍ଧକ) ନିୟମ ଆଦି ଅନ୍ତର୍ଗତରେ ଆଦେଶ ଜାରି କରାଯାଇଛି।


ମନ୍ତ୍ରୀ ଡକ୍ଟର ଅନସାରୀ କହିଛନ୍ତି, “ସ୍ୱାସ୍ଥ୍ୟ ସହିତ ଖେଳକୁ କୌଣସି ମୂଲ୍ୟରେ ବରଦାସ୍ତ କରାଯିବ ନାହିଁ। ଗୁଟଖା ଏବଂ ପାନ ମସଲା ଯୋଗୁଁ କର୍କଟ ଭଳି ମାରାତ୍ମକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆମର ଯୁବପିଢ଼ି ଧୀରେ ଧୀରେ ମୃତ୍ୟୁ ଆଡ଼କୁ ମୁହାଁଇଛନ୍ତି, ମୋର ପ୍ରଥମ କର୍ତ୍ତବ୍ୟ ହେଉଛି ସେମାନଙ୍କ ଜୀବନକୁ ସୁରକ୍ଷା ଦେବା।


ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଗୁଟଖା ବିକ୍ରୟ, ସଂରକ୍ଷଣ କିମ୍ବା ସେବନକାରୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଟଖା ମାଫିଆ ଏବଂ ବେଆଇନ ବ୍ୟବସାୟୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ଯଦି କୌଣସି ଦୋକାନ, ଗୋଦାମ କିମ୍ବା ବ୍ୟକ୍ତିଙ୍କ ପାଖରେ ଗୁଟଖା ମିଳେ, ତେବେ କେବଳ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାହିଁ, ବରଂ ଗୋଦାମକୁ ସିଲ୍ ମଧ୍ୟ କରାଯିବ। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।