ରାଞ୍ଚି : ଦିନକୁ ଦିନ ଦେଶରେ ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଝାଡଖଣ୍ଡର ଚକ୍ରଧରପୁରରେ ରେଳମଣ୍ଡଳର ବାରାବମ୍ବୋ ରେଲୱେ ଷ୍ଟେସନ ନିକଟରେ ବଡ଼ ଟେନ୍ ଦୁର୍ଘଟଣା । ହାୱଡା- ମୁମ୍ବାଇଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୧୮ଟି ବଗି କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ।
ଚକ୍ରଧରପୁର ଡିଭିଜନ୍ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ ।
ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍ର ୧୮ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଇଚ୍ୟତ ହେଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।
ରେଳବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ଆହତଙ୍କୁ ଭାରତୀୟ ରେଳବାଇର ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରୁଛନ୍ତି।