ଝାରସୁଗୁଡା ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ 10 ଭୋଟିଂ ହୋଇ 13 ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।ସିଇଓ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଝାରସୁଗୁଡା ଉପ ନିର୍ବାଚନ ନେଇ ପ୍ରେସ ରଲିଜ ଜାରୀ ହୋଇଛି । ଆସନ୍ତା ଏପ୍ରିଲ 13 ତାରିଖରେ ପ୍ରକାଶ ପାଇବ ଗଜେଟ ନୋଟିଫିକେସନ । 20 ତାରିଖ ନାମାଙ୍କନ ଶେଷ ଦିନ,ପ୍ରାର୍ଥୀ ପତ୍ର ଯାଞ୍ଚ 21,24 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମେ 10 ରେ ଭୋଟିଂ ହୋଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ମେ 15 ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।ଝାରସୁଗୁଡା ରେ ମୋଟ 2 ଲକ୍ଷ 21 ହଜାର 70 ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର 1 ଲକ୍ଷ 10 ହଜାର 320 ଏବଂ ମହିଳା ଭୋଟର 1 ଲକ୍ଷ 10 ହଜାର 687 । 80 ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି 4074 ଜଣ ଥିବା ବେଳେ 2526 ଜଣ ଭିନ୍ନ କ୍ଷମ ଭୋଟର ରହିଛନ୍ତି , ନିର୍ବାଚନ ସମୟ ରେ ଖରାଦିନ ଥିବାରୁ ଗିଷ୍ମ ପ୍ରବାହ ଦୃଷ୍ଟି ରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ,ନିର୍ବାଚନ ପାଇଁ EVM ମହଜୁତ ଅଛି । ରାଜ୍ୟରେ କୋଭିଡ କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ର ସାହାଯ୍ୟ ନିଆଯିବ ।