ଭୁବନେଶ୍ୱର: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ହନ୍ତସନ୍ତ ହେଉଛି ଜନଜୀବନ । ତେବେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୬ ଡିଗ୍ରୀ ଟପିଲା ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ୪୬.୬ ଡିଗ୍ରୀ ସହ ଜଳୁଛି ଝାରସୁଗୁଡ଼ା ସହର । ଏପରିକି ୪୧ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁରରେ ୪୫.୬, ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ ଏବଂ କେନ୍ଦୁଝରରେ ୪୧.୪ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।
ଦିନ ଭଳି ରାତିରେ ବି ଗ୍ରୀଷ୍ମ ସ୍ଥିତି ଅନୁଭୂତ ହେବାରୁ ବହୁ ଜଲ୍ଲା ପାଇଁ ଉଷ୍ଣ ରାତ୍ରୀ ଅଲର୍ଟ ଜାରି କରାଯାଇଛି । ସିଭିୟର ହିଟ ୱେଭ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ହିଟୱେଭ ପାଇଁ ୭ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଏବଂ ତାତି ଓ ଗୁଳୁଗୁଳି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।ତେବେ ରାଜ୍ୟରେ ୧ଓ ୨ ବେଳକୁ ରାଳବୈଶାଖୀ ସମ୍ଭାବନା ରହିଥିବାରୁ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି ।