ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ଏନେଇ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ଦିଲ୍ଲୀ । ଶିଖର ସମ୍ମିଳନୀ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସେପଟେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥାନ୍ତେ ଜିଲ୍ ବାଇଡେନ୍ । ହେଲେ କରୋନା ସଂକ୍ରମିତ ହୋଇଛନ୍ତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ୍ । ଭାରତ ଗସ୍ତ ପୂର୍ବରୁ ଆମେରିକାର ଫାଷ୍ଟ ଲେଡି କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ଜୋ ବାଇଡେନ କରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି ।
ପ୍ରଗତି ମୈଦାନର ନିକଟ ଭାରତ ମଣ୍ଡପରେ ବସିବ ବୈଠକ । ବୈଠକରେ ଗ୍ରୁପ-୨୦ ରାଷ୍ଟ୍ରର ମୁଖ୍ୟମାନେ ସାମିଲ ହେବେ । ଏହି ସମୟରେ ପୁରା ଦିଲ୍ଲୀରେ ପୋଲିସ ଛାଉଣୀ ହୋଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଡ୍ରେନ କ୍ୟାମେରାର ବ୍ୟବସ୍ଥା ମଧ୍ୟ ରହିଛି । ଦିଲ୍ଲୀରେ ଏହି ବୈଠକ ପାଇଁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ ଓ ବାଣିଜିକ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ସହରବାସୀଙ୍କ ଯାତାୟତ ଉପରେ ବିଭିନ୍ନ କଟକଣା ମଧ୍ୟ ଲାଗୁ କରାଯାଇଛି । ଏବଂ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନେକ ରାସ୍ତାକୁ ସାଧାରଣ ଲୋକଙ୍କ ଯିବାଆସିବା ପାଇଁ ବନ୍ଦ କରାଯାଇଛି । ତେବେ ଏହି ବୈଠକ ପାଇଁ ସେପ୍ଟେମ୍ବର ୭ରେ ଫାଇନାଲ ସିକ୍ୟୁରିଟି ରିହଲସଲ କରାଯିବ ।