ରାଜ୍ୟ ସମବାୟ ରୁଣ ଜାଲିୟାତି, ଭାଗଚାଷି ପାଉଛନ୍ତି ଜୀବନ ବୀମା ବଣ୍ଡ୍

0

(ଦିଲ୍ଲୀପ ସାହୁ): ରାଜ୍ୟ ସମବାୟ ସମିତିରୁ ଚାଷି ରୁଣ ପାଇବା ପରିବର୍ତେ ଚାଷିଙ୍କୁ ମିଳୁଛି ଜୀବନ ବୀମା ବଣ୍ଡ୍ । ଚାଷିମାନେ କୋଡିଏ ହଜାର ଟଙ୍କା ରୁଣକରି ପାଇଛନ୍ତି ୮ହଜାର ଟଙ୍କା । ଜିଲା ସମବାୟର କର୍ମଚାରି ରୁଣ ଚାଷିମାନଙ୍କୁ ନ ଜଣାଇ ରୁଣ ଟଙ୍କାକୁ ନେଇ କରିଛନ୍ତି ଜୀବନ ବିମା । ଶତାଧିକ ରୁଣ କରଥିବା ଭାଗଚାଷିଙ୍କୁ ଠକିଛନ୍ତି ସେବା ସମବାୟ ସମିତିର ସମ୍ପାଦକ । ଏମିତି ରୁଣ ହେର୍ ଫେର ଜାଲିଆତି ଅଭିଯୋଗ ହୋଇଛି ଜଗତସିଂହପୁର ଜିଲ୍ଲା ଏରସମା ସମବାୟ ସମିତି ଅଧିନସ୍ଥ ନୁଆଗାଁ ସେବା ସମବାୟ ସମିତି ସମ୍ପାଦକଙ୍କ ନାରଣ ବାରିକ ନାଁ ରେ ।
ଠକାମିର ଶିକାର ହୋଇଛନ୍ତି ଏରସମା ବ୍ଲକ ଗଡକୁଜଙ୍ଗ ପଂଚାଂତର ଦୁଇ ସହରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଭାଗଚାଷି । ଚାଷି ମାନଙ୍କ ରୁଣଟଙ୍କାକୁ ନେଇ ସେମାଙ୍କୁ ନ ଜଣାଇ ଊଐୠଖ ନାମକ ଏକ ବେସରକାରି ବିମା କମ୍ପାନିରେ ଜିବନ ବୀମା ଭୁକ୍ତ କରିଛନ୍ତି ନାରଣ ବାରିକ । ଏପରି କି ଚାଷିମାନଙ୍କୁ ରୁଣବହି କିମ୍ବା ରୁଣ କରିଥିବାର କୌଣସି ପ୍ରମାଣ ପତ୍ର ନଦେଇ ଲଖ୍ୟ ଲଖ୍ୟ ରୁଣ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଭାଗଚାଷି ଜଗତସିଂହୁପର ଉପ ଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଭେଟି ଜିଲାପଳଙ୍କୁ ଜଣାଇବା ସହ ଜିଲା ଆରଖୀ ଅଧଖ୍ୟ,ରାଜ୍ୟ ସମବାୟର ଜିଲା ମଣ୍ଡଳ ଅଧିକାରି ଙ୍କ ପାଖରେ ଲିଖିତ ଅଭିଜୋଗ କରିଛନ୍ତି।ଏ ନେଇ ମଣ୍ଡଳ ଅଧିକାରୀ ବାମଦେବ ସିଂହ କହିଛନ୍ତି ଯେ ଆମେ ଏହାର ସଠିକ ତଦନ୍ତ କରି ଋଣ ଘୋଟଲା କରିଥିବା ଦୋଷୀ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଅଭିଜୋଗର ତଦନ୍ତକରି ତୁରନ୍ତ କାର୍ୟ୍ୟନୁଷ୍ଠାନ ପାଇଁ ଜିଲା କଂଗ୍ରେସ ଦାବି କରିଛି ।